ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୨୩ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୩୯ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୫୨ ମିନିଟ ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୫୭ ମିନିଟ ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୧ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୨ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୨ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୩ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

ଲକ୍ଷାଧିକ ଲୋକଙ୍କ ସମାଗମରେ ପ୍ରସିଦ୍ଧ ରାବଣ ପୋଡି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ

ଲକ୍ଷାଧିକ ଲୋକଙ୍କ ସମାଗମରେ ପ୍ରସିଦ୍ଧ ରାବଣ ପୋଡି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ – ସମୀକ୍ଷା ଖବର
ଲକ୍ଷାଧିକ ଲୋକଙ୍କ ସମାଗମରେ ପ୍ରସିଦ୍ଧ ରାବଣ ପୋଡି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ – ସମୀକ୍ଷା

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ସୋହେଲା, ୨୨।୧୦ ସୋହେଲା ସାର୍ବଜନୀନ ଦୁର୍ଗାପୂଜା ପୂଜା କମିଟି ପକ୍ଷରୁ ଆୟୋଜିତ ଶାରଦୀୟ ନବରାତ୍ର ଦୁର୍ଗାପୂଜା ର ଆଜି ଅପରାହ୍ନରେ ପୂର୍ଣ୍ଣାହୁତି ପଡିଥିଲା। ପରମ୍ପରା ଅନୁସାରେ ବିଜୟା ଦଶମୀ ସନ୍ଧ୍ୟାରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସୋହେଲା ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ତଥା ପଡୋଶୀ ଛତିଶଗଡ ଓ ପଶ୍ଚିମ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ରାବଣ ପୋଡି କାର୍ଯ୍ୟକ୍ରମ ଦେଖିବା ପାଇଁ ଦୂର ଦୁରାନ୍ତର ରୁ ଆସିଥିବା ଲକ୍ଷଧିକ ଲୋକଙ୍କ ସମାଗମ ହୋଇଥିଲା। ରାବଣ ପୋଡ଼ି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଳିଙ୍ଗ ମୁଖ୍ୟ ଅତିଥି, ବରଗଡ଼ ଜିଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାବଣ ପୋଡ଼ି କାର୍ଯ୍ୟକ୍ରମ ଦେଖିବାକୁ ଦୂର ଦୁରାନ୍ତରରୁ ଆସିଥିବା ଦର୍ଶକଙ୍କୁ ସାରଦୀୟ ତଥା ପବିତ୍ର ବିଜୟା ଦଶମୀର ଶୁଭେଚ୍ଛା ଜ୍ଞାପନ କରି ରାବଣ ପୋଡ଼ି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ପ୍ରକାଶ ଚନ୍ଦ୍ର ଦେବତା, କାର୍ଯ୍ୟକାରୀ ସଭାପତି ବିଧାୟକ ଇରାଶିଷ ଆଚାର୍ଯ୍ୟ, ସମ୍ପାଦକ ପ୍ରମୋଦ ଚନ୍ଦ୍ର ଦେବତା, ଉପ ସଭାପତି ବଲବୀର ସିଂ ଠାକୁର, ଗିରିଜେଶ ଖାଡ଼ଙ୍ଗା, ଲଳିତ ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ। ଗତକାଲି ରାବଣ ପୋଡି କାର୍ଯ୍ୟକ୍ରମ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ କାରଣରୁ ସମଗ୍ର ସୋହେଲା ଲୋକା ରଣ୍ୟ ହୋଇ ପଡି ଥିବା ବେଳେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ସୀମିତ ସଂଖ୍ୟକ ପୋଲିସ କର୍ମଚାରୀ ନାକେଦମ ହୋଇ ପଡ଼ିଥିଲେ। ସନ୍ଧ୍ୟା ସାତଟାର ଆରମ୍ଭ ହୋଇଥିବା ରାବଣ ପୋଡି କାର୍ଯ୍ୟକ୍ରମ ରେ ରାୟପୁର ଏବଂ କଟକ ସାଲେପୁର ରୁ ଆସିଥିବା ବାଣ କାରିଗର ମାନଙ୍କ ଦ୍ୱାରା ଦୀର୍ଘ ସମୟ ଧରି ଚିତ୍ତାକାର୍ଷକ ବାଣ ଏବଂ ରଙ୍ଗ ବେରଙ୍ଗୀ ଅତାଶବାଜି ଦୃଶ୍ୟକୁ ଉପସ୍ଥିତ ଲୋକେ ଭରପୁର ମଜା ନେଇଥିଲେ।

ଲକ୍ଷାଧିକ ଲୋକଙ୍କ ସମାଗମରେ ପ୍ରସିଦ୍ଧ ରାବଣ ପୋଡି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ – ସମୀକ୍ଷା

ରାବଣ ପୋଡି ପୂର୍ବରୁ ଶ୍ରୀରାମ ଲକ୍ଷ୍ମଣ ଓ ହନୁମାନ ଏକ ସୁସଜ୍ଜିତ ରଥରେ ତାଙ୍କ ଅନୁଚର ମାନଙ୍କ ସହିତ ପଡିଆରେ ପ୍ରବେଶ କରିଥିବା ବେଳେ ହାତୀ ପିଠିରେ ବସି ରାବଣ ମହାରାଜ ତାଙ୍କ ପାତ୍ର ମନ୍ତ୍ରୀ ସୈନ୍ୟ ସାମନ୍ତ ଙ୍କ ସହିତ ପଡିଆରେ ପହଂଚି ଥିଲେ। ସେଠାରେ ରାମ ଓ ରାବଣ ସେନା ମଧ୍ୟରେ ସାଂକେତିକ ଯୁଦ୍ଧ ହୋଇଥିଲା। ଶେଷରେ ଶ୍ରୀରାମ ଙ୍କ ବାଣରେ ରାବଣର ମୃତ୍ୟୁ ହୋଇଥିଲା। ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ୧୧ ଦିନ ଚାଲିଥିବା ଶାରଦୀୟ ନବ ରାତ୍ର ଦୁର୍ଗାପୂଜା ଅବସରରେ ଲୋକଙ୍କ ମନୋରଞ୍ଜନ ପାଇଁ ପୂଜା କମିଟି ପକ୍ଷରୁ ଚେତନା ମଣ୍ଡପ ଠାରେ ରାମଲୀଳା ମହୋତ୍ସବ, ହଟଲି ମଣ୍ଡପ ଠାରେ ୧୩ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଲୋକ ମହୋତ୍ସବ ପାର୍ବଣ କାର୍ଯ୍ୟକ୍ରମରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ୨୮ ଗୋଟି ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୂଜା ଅବସରରେ ରାବଣ ମହାରାଜାଙ୍କ ନଗର ପରିକ୍ରମା ଓ ରାବଣ ଦରବାର ଅନୁଷ୍ଠିତ ହୋଇଥିଲା। ଡାକ ବଙ୍ଗଳା ଯାତ୍ରା ପଡିଆ ଠାରେ ମିନା ବଜାର, ଡାକ ବଙ୍ଗଳା ପରିସରରେ ଓରମାସ,ହେଣ୍ଡଲୁମ ଓ ହେଣ୍ଡି କ୍ରାଫ୍ଟ ପକ୍ଷରୁ ପଲ୍ଲିଶ୍ରୀ ମେଳା, ଡାକ ବଙ୍ଗଳା ସମ୍ମୁଖରେ ୪ ଦିନ ଧରି ଧଉଳି ଗଣ ନାଟ୍ୟ ନାଟକ ପ୍ରଦର୍ଶନ କରିଥିବା ବେଳେ ପଶ୍ଚିମ ଓଡ଼ିଶାର ଖ୍ୟାତନାମା ଗାୟକ ଗାୟିକା ଡ଼ ଅର୍ଚ୍ଚନା ପାଢ଼ୀ, ଆଶିଷ କୁମ୍ଭାର, ରୁକୁ ସୁନା ଏବଂ ଅମର ଦାଶ ଗୀତ ସଂଗୀତ ପରିବେଷଣ କରିଥିଲେ। କ୍ରୀଡା ପ୍ରତିଯୋଗିତା ରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ୧୩ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଦଶହରା କପ ଫୁଟବଲ ପ୍ରତିଯୋଗିତା, ଦୁର୍ଗା ମନ୍ଦିର ପରିସରରେ ମହିଳା ମାନଙ୍କ ପାଇଁ ଛକା, ହୁମୋ, ହୁଳହୁଳି ଓ ମ୍ୟୁଜିକ ଚେୟାର ଅନୁଷ୍ଠିତ ହୋଇଥିଲା। ସେଇପରି ଗତ ସୋମବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବରଗଡ଼ଏସ୍‌ପି ରବୀନ୍ଦ୍ର ନାଥ ଶତପଥିଙ୍କ ନିର୍ଦେଶ କ୍ରମେ ପଦ୍ମପୁର ଏସ୍‌ଡିପିଓ ପାଣ୍ଡବ ଶବରଙ୍କ ତତ୍ତ୍ବାବଧାନରେ ସୋହେଲା ଥାନାଧିକାରୀ ହରିଶଙ୍କର ଭୋଇ, ବିଜେପୁର ଆଇଆଇସି ମେଲଚ୍ଛାମୁଣ୍ଡା ଆଇଆଇସି ଝାରବନ୍ଧ ଆଇଆଇସିଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ମୁତୟନ ହୋଇଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ରେ ୬୭ତମ ପୋଲିସ ସହିଦ ଦିବସ ପାଳିତ