ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୮ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୮ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୮ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୮ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୮ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୮ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୮ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୮ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୯ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଭୂମାଫିଆଙ୍କ ଜବରଦଖଲକୁ ନେଇ ତୁରଙ୍ଗାରେ ଉତ୍ତେଜନା

ଭୂମାଫିଆଙ୍କ ଜବରଦଖଲକୁ ନେଇ ତୁରଙ୍ଗାରେ ଉତ୍ତେଜନା – ସମୀକ୍ଷା ଖବର

ଅବିନାଶ ଗଡତିଆ/ବରଗଡ/ସମୀକ୍ଷା ନ୍ୟୁଜ:

ବରଗଡ଼ ଜିଲ୍ଲା ତୁରଙ୍ଗା ଅଞ୍ଚଳରେ ଜମି ବିବାଦକୁ ନେଇ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସ୍ଥାନୀୟ ପ୍ରଭାବଶାଳୀ ଭୂମାଫିଆ ଓ ପ୍ରଶାସନର କିଛି କର୍ମଚାରୀଙ୍କ ଯୋଗୁଁ ଚାଷୀଙ୍କ ପୈତୃକ ସମ୍ପତ୍ତିକୁ ଜାଲିଆତି କରି ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶତାଧିକ ଚାଷୀ ଓ ଜମି ମାଲିକ ରାଜପଥ ଅବରୋଧ କରିବା ସହ ପ୍ରଶାସନ ବିରୋଧରେ ନାରାବାଜି କରିଛନ୍ତି। ଅଭିଯୋଗ ଅନୁଯାୟୀ, ତୁରଙ୍ଗା ମୌଜାରେ ଥିବା ଏକ ବଡ଼ ଚାଷ ଜମିର କିଛି ଅଂଶୀଦାର ନିଜ ଭାଗ ବିକ୍ରି କରିଥିବା ବେଳେ ଅନ୍ୟ ଅଂଶୀଦାରମାନେ ଜମି ବିକ୍ରି କରିବାକୁ ମନା କରିଥିଲେ। ମାତ୍ର ଭୂମାଫିଆମାନେ ନକଲି ଦସ୍ତଖତ ଏବଂ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ସମ୍ପୂର୍ଣ୍ଣ ଜମିକୁ ନିଜ ନାମରେ ରେଜିଷ୍ଟ୍ରି କରିଦେଇଛନ୍ତି । କେବଳ ସେତିକି ନୁହେଁ, ରାତାରାତି ଚାଷ ଜମିରେ ମାଟି ପକାଇ ଫସଲ ନଷ୍ଟ କରିବା ସହ ସେଠାରେ ବେଆଇନ ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି।ଜମି ହରାଇଥିବା ଜଣେ ପୀଡ଼ିତ ଚାଷୀ କହିଛନ୍ତି, “ଏହି ପୈତୃକ ଜମି ହିଁ ଆମ ପରିବାରର ଜୀବିକାର ଏକମାତ୍ର ମାଧ୍ୟମ ଥିଲା। ଆମ ବିନା ଅନୁମତି ଓ ଦସ୍ତଖତରେ କିଭଳି ଜମି ବିକ୍ରି ହେଲା, ସେ ନେଇ ଆମେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଲାଭ ମିଳୁନାହିଁ ।ନ୍ୟାୟ ନମିଳିଲେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।ଅପରପକ୍ଷରେ, ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି। ସ୍ଥାନୀୟ ରାଜନୈତିକ ନେତା ଓ ସାମାଜିକ କର୍ମୀମାନେ ମଧ୍ୟ ଚାଷୀଙ୍କ ସପକ୍ଷରେ ବାହାରି ଏହି ସ୍କାମର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଭୂମାଫିଆଙ୍କ ଜବରଦଖଲକୁ ନେଇ ତୁରଙ୍ଗାରେ ଉତ୍ତେଜନା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ହରିହରପୁରରେ ହାତୀ ଆକ୍ରମଣରେ ମହିଳା ମୃତ