ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୫ ମିନିଟ ପୂର୍ବେNaveen & Pandian’s foreign visit: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୩୩ ମିନିଟ ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୧ ଘଣ୍ଟା ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୧ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୧ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୨ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୨ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୨ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୨ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ରାୟଗଡ଼ା ନୟାଗଡ଼ ବରଗଡ଼ କେନ୍ଦୁଝର ଖୋର୍ଦ୍ଧା

Sexual Abuse Program : ଯୌନ ନିର୍ଯାତନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Sexual Abuse Program : ଯୌନ ନିର୍ଯାତନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୫/୧୧/୨୬ – ପିଲାଟିଏ ମୂଳରୁ ପରିବାରର ଶିକ୍ଷା ନେଇ ନିଜ ପରିଚୟ ସୃଷ୍ଟି କରେ । ତାର ଚାଲିଚଳଣୀ, ବେଶ ପୋଷାକ, ଖାଦ୍ୟପାନୀୟ, ବ୍ୟବହାର, ଶୃଙ୍ଖଳା, କର୍ତ୍ତବ୍ୟ ନିଷ୍ଠା ଭଳି ଅନ୍ୟାନ୍ୟ ବିଭିନ୍ନ ଦିଗକୁ ନେଇ ତା ଜୀବନ ଶୈଳୀ ଗଠନ ହୋଇଥାଏ । ଶକ୍ତିଶ୍ରୀ ସଶକ୍ତିକରଣ ଶାଖା ତରଫରୁ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ.ଚନ୍ଦ୍ରକାନ୍ତ ଦାସ ଯୌନ ଉତ୍ପୀଡ଼ନ ଏକ ସାମାଜିକ ବ୍ୟାଧି ବୋଲି ମତବ୍ୟକ୍ତ କରିବା ସହ ଏହାର ନିରାକରଣ ପାଇଁ ସମସ୍ତଙ୍କର ସଚେତନତା ଓ ସହଯୋଗ ଆବଶ୍ୟକ ବୋଲି କହିଥିଲେ l ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଓ.ଜେ.ଏସ. ଯୋଗଦେଇ ଆଜିର ଦିନରେ ଝିଅ ତଥା ମହିଳା ମାନେ କିପରି ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି ଏବଂ ଅନେକ ସମୟରେ ସେମାନେ ବଦନାମ ହେବା ଭୟରେ ମୁହଁ ଖୋଲୁ ନଥିବାରୁ ଅପରାଧୀ ମାନେ ଖସି ଯିବାରେ ସକ୍ଷମ ହେଉଛନ୍ତି ବୋଲି କହିବା ସହିତ ଉତ୍ପୀଡ଼ନର ବିଭିନ୍ନ ଦିଗ, ଏହାର କୁପରିଣାମ, ଆଇନଗତ ବ୍ୟବସ୍ଥା ଓ ଏଥିରୁ ସୁରକ୍ଷା ପାଇବାର ଉପାୟ ସମ୍ପର୍କରେ ବିଶଦ ଭାବରେ ଆଲୋକପାତ କରି ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ଏକ ସୁସ୍ଥ ସୁରକ୍ଷିତ ଏବଂ ଭୟମୁକ୍ତ ପରିବେଶ ସୃଷ୍ଟି କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ l ଶକ୍ତିଶ୍ରୀ ସଶକ୍ତିକରଣ ସେଲର ସଂଯୋଜିକା ତଥା ପ୍ରାଣୀ ବିଭାଗର ସହକାରୀ ପ୍ରଫେସର ସୁଶ୍ରୀ ସଂଗୀତା ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶକ୍ତିଶ୍ରୀ ସାଥୀ ତଥା ଇଂରାଜୀ ବିଭାଗର ଛାତ୍ରୀ ଶ୍ରଦ୍ଧା ସୁମନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସକ୍ରିୟ ଅଂଶଗ୍ରହଣକରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l

Sexual Abuse Program : ଯୌନ ନିର୍ଯାତନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Mayurbhanj BJD demand : ମୟୂରଭଞ୍ଜର ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କ ଗର୍ଭଧାରଣ ଓ ସନ୍ତାନ ପ୍ରସବ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି