ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ଗୋପବନ୍ଧୁ ନଗର, ୨୦/୧୧/୨୬ – ବାତ୍ୟା “ଆକ୍ବାନ” ପ୍ରଭାବରେ ଗୋପବନ୍ଧୁ ନଗର ବ୍ଲକରେ ଗତ ବୁଧବାର ଠାରୁ ହାଲକା ତଥା ଗୁରୁବାର ମଧ୍ୟମ ଧାରଣ ବର୍ଷା ଜାରି ରହିଛି । ଏହା ପ୍ରଭାବରେ ବ୍ଲକର ଗୁରୁବାର ରାତି ସୁଦ୍ଧା ୪୪ ମିଳିମିଟର ବର୍ଷା ରେକର୍ଡ ହୋଇଥବା ବେଳେ ଶୁକ୍ରବାର ଦିନରେ ପ୍ରାୟ ୨୨ ମିଳିମିଟର ବର୍ଷା ହେବାର ରେକର୍ଡ ପ୍ରଶାସନ ନିକଟରୁ ଜଣାପଡିଛି । ବ୍ଲକର ବିଡ଼ିଓ ପୃଥ୍ୟୁରାଜ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆକ୍ବାନ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଅଣାଯାଇଛି l ଗୁରୁବାର ମୟୂରଭଞ୍ଜ ଡିଜାଷ୍ଟର ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ରାଜ୍ୟ ପାନୀୟ ଜଳ ବିଭାଗର ନିର୍ଦେଶକ ବିନୀତ ଭରଦ୍ବାଜ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବା ସମୟରେ ଗୋପବନ୍ଧୁ ନଗର ବ୍ଲକର ସାନ ଖୁଣ୍ଟାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ଓ କଲ୍ୟାଣ ମଣ୍ଡପ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ l ବ୍ଲକର ସାନ ଖୁଣ୍ଟା ପଂଚାୟତର ସରପଞ୍ଚ ସୁମି ହାଁସଦା ଓ ବ୍ଲକ ପ୍ରଶାସନ ସହାୟତାରେ ଆହୁଜା ଖୁଣ୍ଟା, ଖପରା ପାଳ ଓ ସାହାଡ଼ା ଗଡି, ସାଇଁକୁଳl ପଂଚାୟତର ହାଟ ନୂଆଗାଁ, ଜୟପୁର ପଂଚାୟତର ଯଇଦା, ନୂଆଗାଁ, କୁଆମରl ପଂଚାୟତର ଶିକିଡିଆ ଉପର ସାହି, ଟିଟିଆ ପଞ୍ଚାୟତର ଯଦୁରଘେରା ଆଦି ଅଂଚଳରୁ ପ୍ରାୟ ୧୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି l ଖୁବ ନିକଟରେ ବାତ୍ୟା ଅର୍ଣ୍ଣବର କ୍ଷତି ଭରଣା ବା ଅବସ୍ଥା ବିଭିନ୍ନ ବ୍ଳକରେ ସୁଧୁରି ନଥିବା ବେଳେ ଏବେ ଏହି ବାତ୍ୟାର ଜିରୋ କାଜୁଆଲଟିକୁ ନଜର ରଖି ପ୍ରଶାସନ ତତ୍ପର ରହିଛି l ବର୍ତ୍ତମାନ ସୁଦ୍ଧା ଯଦିଓ ନଦୀ ନାଳ ଗୁଡିକଇ ଜଳ ସ୍ତର ବୃଦ୍ଧି ପାଇ ନାହିଁ ତଥାପି ମାଟି ଓ ନଡା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି l ଏକ ସୂଚନାରୁ ମଧ୍ୟରାତ୍ର ରୁ ଆସନ୍ତାକାଲି ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିଥିବା ସମୟରେ ଅମଳ ହେବାକୁ ଥିବା ପାଚିଲା ଧାନର ଅବସ୍ଥା ନେଇ ବଡ଼ସାହି ଓ ଗୋପବନ୍ଧୁ ନଗର ଚାଷୀଗଣ ମାନସିକ ଚିନ୍ତାଗ୍ରସ୍ତ ରହିଥିବା ଜଣାପଡ଼ିଛି । ଆଜି ରାତ୍ରରୁ ବର୍ଷାର ପରିମାଣ ବୃଦ୍ଧି ହେଲେ ପାଚିଲାଧାନ ଥିବା ଓ କେତେକ ଧାନ କଟା ଯାଇଥିବା ଜମି ଗୁଡିକ ଜଳମଗ୍ନ ହୋଇଗଲେ ଧାନର ବ୍ୟାପକ କ୍ଷତି ସମସ୍ୟାକୁ ଏଡାଇ ଯାଇହେବନି ବୋଲି ଚାଷୀଙ୍କ ମୁହଁରୁ ଜାଣିବାକୁ ମିଳିଛି ।






