ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୪ ମିନିଟ ପୂର୍ବେNaveen & Pandian’s foreign visit: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୪୧ ମିନିଟ ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୧ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୧ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୨ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୨ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୨ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୨ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୨ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ବରଗଡ଼ କେନ୍ଦୁଝର ଖୋର୍ଦ୍ଧା

Mayurbhanj Farmer leader Madan Mohan Mahanta: ମୟୂରଭଞ୍ଜ ଜିଲ୍ଲା ଧାନ ସଂଗ୍ରହ କମିଟିକୁ ପୁନର୍ବାର ମନୋନୀତ ହେଲେ କୃଷକ ନେତା ମଦନ ମୋହନ ମହାନ୍ତ

Mayurbhanj Farmer leader Madan Mohan Mahanta: ମୟୂରଭଞ୍ଜ ଜିଲ୍ଲା ଧାନ ସଂଗ୍ରହ କମିଟିକୁ ପୁନର୍ବାର ମନୋନୀତ ହେଲେ କୃଷକ ନେତା ମଦନ ମୋହନ ମହାନ୍ତ – ସମୀକ୍ଷା ଖବର

ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ଚାଷୀଙ୍କ ପ୍ରତିନିଧି ଭାବେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିରେ ତୁଲାଇବେ ଦାୟିତ୍ୱ, ବିଭିନ୍ନ ମହଲରୁ ଶୁଭେଚ୍ଛା

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲାର ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ସ୍ୱରକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିରେ କୃଷକ ପ୍ରତିନିଧି ଭାବେ ପୁନର୍ବାର ସ୍ଥାନ ପାଇଛନ୍ତି କୃଷକ ନେତା ତଥା ଆଇନଜୀବୀ ମଦନ ମୋହନ ମହାନ୍ତ। ୨୦୨୬-୨୭ ଖରିଫ ଧାନ ସଂଗ୍ରହ ଋତୁ ପାଇଁ ତାଙ୍କ ନାମକୁ ପୁନର୍ବାର ଅନୁମୋଦନ କରାଯାଇଥିବା ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୨୧ ତାରିଖରେ ଜାରି ଡି.ଓ. ନଂ ୧୮୯୭ ଚିଠିରେ ସମ୍ପୃକ୍ତ ଜିଲ୍ଲାର କୃଷକ ପ୍ରତିନିଧିମାନଙ୍କୁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଯୋଗଦେବାକୁ ସୁପାରିସ କରାଯାଇଛି। ପୂର୍ବରୁ ମଧ୍ୟ ମଦନ ମୋହନ ମହାନ୍ତ ଜିଲ୍ଲା ଧାନ ସଂଗ୍ରହ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରି ଚାଷୀଙ୍କ ସମସ୍ୟା ଓ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସେ ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି, ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଏବଂ କରଞ୍ଜିଆ ଓକିଲ ସଂଘର ସମ୍ପାଦକ ଓ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ନିଜର ସାଂଗଠନିକ ଦକ୍ଷତା ଓ କାର୍ଯ୍ୟଶୈଳୀ ପାଇଁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି। ବର୍ତ୍ତମାନ ସେ ବିଜେପିର ରାଜ୍ୟ ଆଇନ ପ୍ରକୋଷ୍ଠର ସଂଯୋଜକ ଭାବେ କାର୍ଯ୍ୟ କରିବା ସହ କରଞ୍ଜିଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ସରକାରୀ ଓକିଲ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

Mayurbhanj Farmer leader Madan Mohan Mahanta: ମୟୂରଭଞ୍ଜ ଜିଲ୍ଲା ଧାନ ସଂଗ୍ରହ କମିଟିକୁ ପୁନର୍ବାର ମନୋନୀତ ହେଲେ କୃଷକ ନେତା ମଦନ ମୋହନ ମହାନ୍ତ – ସମୀକ୍ଷା

ପୁନର୍ବାର ଚାଷୀଙ୍କ ପ୍ରତିନିଧି ଭାବେ ଜିଲ୍ଲା ଧାନ ସଂଗ୍ରହ କମିଟିରେ ସ୍ଥାନ ପାଇବା ପରେ ମଦନ ମୋହନ ମହାନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏବଂ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ସମସ୍ୟା, ଧାନର ଉଚିତ ମୂଲ୍ୟ, ସୁବ୍ୟବସ୍ଥିତ ମଣ୍ଡି ପରିଚାଳନା ଏବଂ ଚାଷୀଙ୍କ ହିତ ସମ୍ପର୍କିତ ପ୍ରସଙ୍ଗକୁ କମିଟିରେ ଗୁରୁତ୍ୱର ସହ ଉପସ୍ଥାପନ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କର ପୁନଃ ମନୋନୟନ ପରେ କରଞ୍ଜିଆ ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Tinhagharia Vegetable crops destroyed: ବାତ୍ୟା ଅକଭାନ ପ୍ରଭାବରେ ତିନିଘରିଆ ଗ୍ରାମରେ ପନିପରିବା ଚାଷ ନଷ୍ଟ