ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 21/10/2026(ନି. ପ୍ର ): ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ଗ୍ରା. ପ. ଅନ୍ତର୍ଗତ ଖମ୍ବାକୁଳ ଗ୍ରାମର ମା ଦୁର୍ଗାଙ୍କ ମେଢ଼, ଗ୍ରାମର ସାଜସଜା, ଆଲୋକ ମାଳା, କପଡା ତୋରଣ ଚିତାକର୍ଷକ ହୋଇପଡିଛି | ଏହି ପଞ୍ଚାୟତ, ଗାଁ କିଛି ନିଆରା ବୋଲି ବାଲିକୁଦା ଅଞ୍ଚଳରେ ଲୋକ କଥାଅଛି |ଏହି ଗ୍ପଂଚାୟତଟି ଓ ଏହି ଗ୍ରାମଟି ସାରା ବାଲିକୁଦାର ଗର୍ବ, ସାରା ଓଡିଶା ପାଇଁ ଗର୍ବ ଵା ସାରା ପୃଥିବୀ ପାଇଁ ଗର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ | ଏହାର କାରଣ ହେଲା ଏ ମାଟିର ସୁଯୋଗ୍ୟ ସନ୍ତାନ ଡ଼କ୍ତର ପ୍ରାଣ କୃଷ୍ଣ ପରିଜା ଯିଏ କୃଷି ବିଜ୍ଞାନ ରେ ପୃଥିବୀ ବାସୀଙ୍କ ପାଇଁ ଧାନର ଗବେଷଣା କରି ଧାନ ପ୍ରଜାତି ସୃଷ୍ଠୀ କରିଦେଇଯାଇଛନ୍ତି ଚାଷୀ ଭାଇଙ୍କପାଇଁ | ଏହି ମାଟି ଫଳେଇଛି ଚାଷର ବିଭିନ୍ନ ପ୍ରକାର ଧାନ, ନଡ଼ିଆ,ଗୁଆ,କାଜୁ, ଆମ୍ବ, ପଣସ, ପନିପରିବା, ଡାଲି, ପାନ, ମୀନ, ଦୁଧ, ଦହି, ଛେନା, ଗାଈ, ମହିସୀ, ଛେଳି, କୁକୁଡ଼ା,ବତକ, ବତକ ଓ କୁକୁଡ଼ା ଅଣ୍ଡା, ବେତ୍ତ, ବାଉଁଶ, କାଠ, ବିଭିନ୍ନ ପ୍ରଜାତିର ଫୁଲ, ଫଳ, ବୃକ୍ଷ୍ୟ ଇତ୍ୟାଦି | ଚିରବନ୍ଦନୀୟ ମା ମାଟି ର ଅବଦାନ | ପୁଣି ଏହି ମାଟି ଫଳେଇଛି ପ୍ରଣାକୃଷ୍ଣ ଭଳି ବୈଜ୍ଞାନିକ, ଲଲାଟେନ୍ଦୁ ଭଳି ପ୍ରଶାସକ, ଅନେକ ଡାକ୍ତର, ଇଞ୍ଜିନିନୀର, ପ୍ରଫେସର, ଶିକ୍ଷଜ, ଚାର୍ଟର୍ଡ ଆକାଉଟାଣ୍ଟ, ଅଧିବକ୍ତା, କୃଷକ, ସୈନିକ, ଶ୍ରମିକ, ସମାଜସେବୀ ଇତ୍ୟାଦି | ଲୋକମାନଙ୍କ କଥାରେ ମା ଭଗବତୀ ଙ୍କର ଆଶୀର୍ବାଦ ଏ ଗ୍ରାମ ପଂଚାୟତକୁ ଅଛି ବୋଲି ଲୋକ କହୁଛନ୍ତି |

ଏହିସବୁ ଅଞ୍ଚଳରେ ମା ଙ୍କ ଆଶୀର୍ବାଦ ପାଇଁ ଦର୍ଶନ ଅଭିଳାଷୀ ସତ୍ୟ ସାରଥୀ ମହାନ୍ତି ଯିଏକି ଏହି ମାଟିର ବର୍ତ୍ତମାନର ସୁଯୋଗ୍ୟ ସନ୍ତାନ,ସମାଜ ସେବି ତାଙ୍କ ସହିତ ଥିଲେ ତାଙ୍କର ଭଉଣୀ ଲିନା ମହାନ୍ତି ଓ ତାଙ୍କ ସମର୍ଥକ ଯୁବା ବର୍ଗ | ଏ ଅଞ୍ଚଳର ଜଣେ ଯୁବକ ଦିଲୀପ ରାଉଳ ପଚାରିବାରୁ,କହିଛନ୍ତି ସତ୍ୟ ସାରଥୀ ମହାନ୍ତି ଆଉ ଲିନା ମହାନ୍ତି ବର୍ତ୍ତମାନର ଏ ମାଟିର ସୁଯୋଗ୍ୟ ଭାଇ ଭଉଣୀ ମାଟିର ସେବା ପାଇଁ, ଲୋକଙ୍କ ସେବାପାଇଁ ଅଣ୍ଟା ଭିଡିଛନ୍ତି | ଏ ଅଞ୍ଚଳର ଜଣେ ବରିଷ୍ଠ ନାଗରିକ କ୍ଷେତ୍ର ମୋହନ ସାହୁ ପଚାରିବାରୁ କୁହନ୍ତି, ଯେ ଏହି ଭାଉ ଭଉଣୀ ଙ୍କର କଣ? ଏ ଅଞ୍ଚଳ ପାଇଁ ପ୍ରୀତି ଆମେ ଦେଖୁଛୁ! ଲୋକଙ୍କ ସେବା ଦେଖୁଛୁ ଏହା ବିରଳ କି ଭାଇ ଭଉଣୀ ଲୋକଙ୍କ ପାଇଁ ଧନ, ମନ, ତନ, ସମୟ, ସେବା ସବୁ ଦେଇ ଚାଲିଛନ୍ତି | ଆଉ ଜଣେ ବରିଷ୍ଠ ନାଗରିକ ଭଗବାନ ମହାନ୍ତି କୁହନ୍ତି କି ଅପୂର୍ବ ଏହି ଭାଇ ଭଉଣୀ ଯୋଡି, ଆମ ମାଟିର ଗୌରବ, ସେମାନଙ୍କ ନିସ୍ଵାର୍ଥ ସେବା, ମା ମାଟି ପାଇଁ କି ପରିଶ୍ରମ, ମା ଦୁର୍ଗା ତାଙ୍କୁ ଆଶୀର୍ବାଦ ଦିଅନ୍ତୁ, ତାଙ୍କର ଦେହ ଭଲ ରହୁ, ମାଁ ଙ୍କ ଦୟା ରହୁ ତାଙ୍କର ମନର ଇଛାଶକ୍ତି ଇମିତି ବରକାରର ରହୁ, ମା ଶକ୍ତି ଦିଅନ୍ତୁ, ଭକ୍ତି ଦିଅନ୍ତୁ ଏହି ମାଟି ପାଇଁ, ସେମାନେ ସେବା ଦେଇ ଚାଲିଥାନ୍ତୁ , ତାଙ୍କର ମନବାଞ୍ଛା ପୂର୍ଣ୍ଣ କରାନ୍ତୁ ମା | ତାଙ୍କର 62ବର୍ଷର ଅନୁଭବରେ ସତ୍ୟ ଆଉ ଲିନା ପରି ଭାଇ ଭଉଣୀ,ରାଷ୍ଟ୍ର ଭକ୍ତ, ଆଉ ରାଷ୍ଟ୍ର ସେବିକା ଆଗରୁ ସେ ତାଙ୍କ ଭଳି କାହାକୁ ଦେଖୀ ନ ଥିଲେ | ସତ୍ୟ ସାରଥୀ ମହାନ୍ତି ପଚାରିବାରୁ କୁହନ୍ତି, ସେ ମା ଙ୍କ କରୁଣା ଭିକ୍ଷା କରୁଛନ୍ତି ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ମଙ୍ଗଳ ପାଇଁ |ମା ସମସ୍ତଙ୍କୁ ସୁଖ, ଶାନ୍ତି, ଆନନ୍ଦ ଓ ସମୃଦ୍ଧି ପ୍ରଦାନ କରନ୍ତୁ | ସମସ୍ତ ଙ୍କର ମଙ୍ଗଳ ହେଉ | ଚାଷୀ ଭାଇ ମାନେ ଆନନ୍ଦରେ ରୁହନ୍ତୁ |ଏବର୍ଷ ମା ତାଙ୍କ ଫସଲ ଭଲ ଫଳାନ୍ତୁ |ଭଲ ଅମଳ କରାଇ ଲାଭବାନ କରାନ୍ତୁ |ଲିନା ଭଉଣୀ ମଧ୍ୟ ମା ଙ୍କ ଆଶୀର୍ବାଦ ମାଗିଛନ୍ତି ଜଗତର କଲ୍ୟାଣ ପାଇଁ |





