ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୩୭ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୫୩ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୧ ଘଣ୍ଟା ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୧ ଘଣ୍ଟା ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୨ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୩ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୩ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

ନିଗମାନନ୍ଦ ବିହାର ୧୫ ତମ ସାଂସ୍କୃତିକ ମହୋତ୍ସବ ଅର୍ଘ୍ୟ ଥାଳି ୨୦୨୬ ଉଦଯାପିତ

ନିଗମାନନ୍ଦ ବିହାର ୧୫ ତମ ସାଂସ୍କୃତିକ ମହୋତ୍ସବ ଅର୍ଘ୍ୟ ଥାଳି ୨୦୨୬ ଉଦଯାପିତ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ବରଗଡ଼,୨୨। ୧୦: ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ନିଗମାନନ୍ଦ ବିହାର ଠାରେ ୧୫ ତମ ସାଂସ୍କୃତିକ ମହୋତ୍ସବ “ଅର୍ଘ୍ୟ ଥାଳି” ୨୦୨୬ ଉଦଯାପିତ ହୋଇ ଯାଇଛି ।ଏହି ଅବସର ରେ ଶାରଦୀୟ ଦୁର୍ଗା ପୂଜା କମିଟି ର ଅଧ୍ୟକ୍ଷ ଚନ୍ଦ୍ର ଶେଖର କମ୍ପ ଙ୍କ ଅଧ୍ୟକ୍ଷତା ରେ ଦୁଇଦିନ ଧରି ଅନୁଷ୍ଟିତ ହୋଇଥିବା ସାଂସ୍କୃତିକ ମହୋତ୍ସବକୁ ପଡ଼ାର ବରିଷ୍ଠ ସଦସ୍ୟ ପ୍ରହଲ୍ଲାଦ ମହାପାତ୍ର,ପ୍ରଦୀପ ସାହୁ,ଟିକେଲାଲ ପ୍ରଧାନ ,ଜଗବନ୍ଧୁ ନାଏକ,ଶରତ ଦାଶ,ବାଙ୍କା ବିହାରୀ ସାହୁ,ଗଗନ ବିହାରୀ ଦାଶ,ସନ୍ତୋଷ ପଣ୍ଡା ,ବିଦ୍ୟାଧର କର ,ଗୋବିନ୍ଦ ଭୋଇ,ଗୋବିନ୍ଦ ମିଶ୍ର ,ଅଧ୍ୟାପକ ସୁରେଶ ବାରିକ,ପ୍ରମୁଖ ଙ୍କ ଉପସ୍ଥିତି ରେ ଉଦ୍ଘାଟିତ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ପଡ଼ାର କୁନିକୁନି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ,କବି ଦାମୋଦର ସାହୁ ଓ ନାରୀ କବି ଜ୍ୟୋତିଲିନା ପଣ୍ଡା ଙ୍କ ଦଶହରା କବିତା ଆସର ଶ୍ରୋତା ମାନଙ୍କୁ ବାନ୍ଧି ରଖିଥିଲା।କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ କଳାକାର ସଂଘ ସଭାପତି ଚୈତନ୍ୟ ପାଇକ ପଶ୍ଚିମାଞ୍ଚଳ କଳାକାର ସଂଘ ସମ୍ପାଦକ ଡ ଡୋଳାମଣି ଶତପଥୀ ,ସଂସ୍କୃତି ସୁରକ୍ଷା ମଞ୍ଚ ଆବାହକ କପିଳେଶ୍ୱର ବାଗ ପ୍ରମୁଖ ଯୋଗ ଦେଇ କବି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଦ୍ଵିତୀୟ ଦିବସ ର ଉଦଯାପନୀ ସମାରୋହ ରେ ଉନ୍ନୟନ କମିଟି ସଭାପତି ଅର୍ଜୁନ ସେଟ୍,ଉନ୍ନୟନ କମିଟି ସମ୍ପାଦକ ଟିକେ ଲାଲ୍ ନାଏକ ,ପୂଜା କମିଟି ସଭାପତି ଚନ୍ଦ୍ର ଶେଖର କମ୍ପ,ସମ୍ପାଦକ ନବୀନ ସାବତ ,ନୃତ୍ୟ ଗୁରୁ ଶଙ୍କର ପଟ୍ଟନାୟକ ,ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ ।ଏହି ଅବସର ରେ ପ୍ରଫୁଲ୍ଲ କୁମାର ପଣ୍ଡା ଙ୍କ ନେତୃତ୍ବ ରେ ସଙ୍ଗୀତ ବିଚିତ୍ରା ମେଘ ମହ୍ଲାର ଓ ଦିଲ୍ଲୀପ ସୁନା ଙ୍କ ନିର୍ଦ୍ଦେଶିତ ସମଲେଶ୍ଵରୀ ସାଂସ୍କୃତିକ ଗବେଷଣା କେନ୍ଦ୍ର ର କଳାକାର ମାନଙ୍କ ଦ୍ଵାରା ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା ।ସେବା କ୍ଷେତ୍ରରେ ଉଲ୍ଲେଖ ନୀୟ୍ ଅବଦାନ ପାଇଁ ୧୨୦୦ ରୁ ଉର୍ଦ୍ଧ୍ବ ଅଚିହ୍ନା ଶବ ସତ୍କାର କରିଥିବା ବିରଳ ବ୍ୟକ୍ତିତ୍ଵ ଉଦୟ ନାଏକଙ୍କ ସମେତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋତି ଲାଲ ଦେବତା,ପ୍ରକୃତି ବନ୍ଧୁ ଚନ୍ଦ୍ରକାନ୍ତ ସାହୁ ଙ୍କୁ କମିଟି ତରଫରୁ ସେବା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ଗୋପବନ୍ଧୁ ପୁରୋହିତ,ଚନ୍ଦ୍ର କାନ୍ତ ସାହୁ,କୁଞ୍ଜ ବିହାରୀ ଭୋଇ,କାଳିଆ ସାହୁ,କୃଷ୍ଣ ଚନ୍ଦ୍ର ସାହୁ,ଦୀପକ ଆଚାର୍ଯ୍ୟ ,ହେମନ୍ତ ପ୍ରଧାନ,ମୃତ୍ୟୁଞ୍ଜୟ ମିଶ୍ର ,ନୀଳକଣ୍ଠ ସାହୁ,ବିରେନ୍ଦ୍ର ଦାଶ,ଦଇତାରୀ ସାହୁ,ଦିବ୍ୟ ଆଚାର୍ଯ୍ୟ,ମଦନ ଜେନା,ଭାଗିରଥି ପ୍ରଧାନ,ରାଜେନ୍ଦ୍ର ସାହୁ,ଚନ୍ଦ୍ର ମଣି ଦାଶ,ବାବାଜୀ ବାରିକ ଅରୁଣ ସେଠ୍,ଅଚ୍ୟୁତ ବାରିକ ସୁରେଶ ବାରିକ,ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

ନିଗମାନନ୍ଦ ବିହାର ୧୫ ତମ ସାଂସ୍କୃତିକ ମହୋତ୍ସବ ଅର୍ଘ୍ୟ ଥାଳି ୨୦୨୬ ଉଦଯାପିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମା’ ମନସା ମନ୍ଦିରରେ ନାଗମାତା ମନସା ଦେବୀପୂଜା ମହାସମାରୋହରେ ସମ୍ପନ୍ନ