ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୫ ମିନିଟ ପୂର୍ବେNaveen & Pandian’s foreign visit: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୩୩ ମିନିଟ ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୫୯ ମିନିଟ ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୧ ଘଣ୍ଟା ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୧ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୧ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୨ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୨ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୨ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୨ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ରାୟଗଡ଼ା ନୟାଗଡ଼ ବରଗଡ଼ କେନ୍ଦୁଝର ଖୋର୍ଦ୍ଧା

ସାଇବର ଠକେଇ ଓ କିଶୋରୀ ବାଳିକାଙ୍କ ଅଧିକାର ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା

ସାଇବର ଠକେଇ ଓ କିଶୋରୀ ବାଳିକାଙ୍କ ଅଧିକାର ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା – ସମୀକ୍ଷା ଖବର

ଚନ୍ଦ୍ରମଣି ଜେନା / ସାମ୍ବାଦିକ/ ସମୀକ୍ଷା ନ୍ୟୁଜ/ଯାଜପୁର:

ଯାଜପୁର, ୨୩.୧୦.୨୦୨୬: ଯାଜପୁର ଜିଲ୍ଲାରେ ସାଇବର ଠକେଇରୁ ସୁରକ୍ଷା ଏବଂ କିଶୋରୀ ବାଳିକାମାନଙ୍କ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ପୋଲିସ ବିଭାଗ ପକ୍ଷରୁ ଇନିସ୍ପେକଟର ସାଇବର ସେଲ ଶ୍ରୀ ସମରଜିତ ନାୟକ ସାଇବର ଠକେଇର ବିଭିନ୍ନ ପ୍ରକାର, ଅନଲାଇନ୍ ଠକେଇରୁ ସୁରକ୍ଷିତ ରହିବାର ଉପାୟ ଏବଂ ଡିଜିଟାଲ୍ କାରବାର ସମୟରେ ଅବଲମ୍ବନ କରିବାକୁ ଥିବା ସତର୍କତା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି, ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ପକ୍ଷରୁ ଶ୍ରୀ ପ୍ରଶାନ୍ତ ସାମନ୍ତ କିଶୋରୀ ବାଳିକାମାନଙ୍କ ଆଇନଗତ ଅଧିକାର, ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ଏବଂ ନ୍ୟାୟ ପାଇବା ପାଇଁ ଉପଲବ୍ଧ ବିଭିନ୍ନ ଆଇନଗତ ମାଧ୍ୟମ ସମ୍ପର୍କରେ ବୁଝାଇଥିଲେ ଅନ୍ୟପକ୍ଷରେ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ (ADWO) ଶ୍ରୀମତୀ ମାଙ୍ଗଳିକା ରାଉତରାୟ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା ଅଧୀନରେ ଆଦିବାସୀ ବିଦ୍ୟାଳୟଗୁଡ଼ିକରେ ବାଳିକାମାନଙ୍କ ଶିକ୍ଷା, ସୁରକ୍ଷା ଓ ସଶକ୍ତୀକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ କର୍ମଶାଳାରେ ସାଇବର ଅପରାଧ ସମ୍ପର୍କରେ ସଚେତନତା ବୃଦ୍ଧି, କିଶୋରୀ ବାଳିକାମାନଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କୁ ଶିକ୍ଷିତ ଓ ସଶକ୍ତ କରିବା ଦିଗରେ ସମସ୍ତଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସାଇବର ଠକେଇ ଓ କିଶୋରୀ ବାଳିକାଙ୍କ ଅଧିକାର ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସମ୍ବଲପୁରରେ AONLEA ରାଜ୍ୟ ନେତୃତ୍ଵ ସଂଗଠନ ସୁଦୃଢ କରିବା ସହ ଦାବି ଉପସ୍ଥାପନ ନେଇ ଆଲୋଚନା