ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା – ସମୀକ୍ଷା ଖବର

ରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୭/୧୦/୨୬ ମୁରିବାହାଲ ବ୍ଲକ ଶିରୋଲ ପଞ୍ଚାୟତ ରହେନଭଟା ଗ୍ରାମରେ ବ୍ରଦର ଇଲେଭେନ କ୍ରିକେଟ୍ କ୍ଲବ ତରଫରୁ ଆୟୋଜିତ କ୍ରିକେଟ୍ ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସ୍ଥାନୀୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମୁକାବିଲା ହଳଦୀ ଓ ପାତଳପଡା ଗ୍ରାମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।…

Read More
ମୁରିବାହାଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମ୍ପନ୍ନ, ୩୧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ – ସମୀକ୍ଷା ଖବର

ମୁରିବାହାଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମ୍ପନ୍ନ, ୩୧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୭/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ଯୋଗଦେଇ ମା’ ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।…

Read More
ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ରାଜନୀତି, କେଉଁଠି ଉତ୍ସାହ ତ କେଉଁଠି ବିବାଦ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ରାଜନୀତି, କେଉଁଠି ଉତ୍ସାହ ତ କେଉଁଠି ବିବାଦ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :ବରଗଡ଼, ୧୭ ଅକ୍ଟୋବର ୨୦୨୬ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଯାହାକୁ ନେଇ ବରଗଡ଼ ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟଗୁଡ଼ିକରେ ପ୍ରବଳ ଉତ୍ସାହ ଓ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଗତ ୧୫ ଅକ୍ଟୋବର ୨୦୨୬ ରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ କେଉଁଠି ଶାନ୍ତିପୂର୍ଣ୍ଣ ଭାବେ ବିଜୟ ଉତ୍ସବ ପାଳନ କରାଯାଇଛି, ତ କେଉଁଠି ଭୋଟ ଗଣତିକୁ…

Read More
ବରଗଡ଼ରେ ନଶା ମୁକ୍ତି ଅଭିଯାନ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ – ସମୀକ୍ଷା ଖବର

ବରଗଡ଼ରେ ନଶା ମୁକ୍ତି ଅଭିଯାନ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ

ଅବିନାଶ ଗଡତିଆ/ ବରଗଡ/ସମୀକ୍ଷା ନିୟୁଜ : ଯୁବପିଢ଼ିକୁ ମାଦକ ଦ୍ରବ୍ୟର କୁପ୍ରଭାବରୁ ରକ୍ଷା କରିବା ଏବଂ ଏକ ସୁସ୍ଥ, ସମୃଦ୍ଧ ସମାଜ ଗଠନ କରିବା ଲକ୍ଷ୍ୟରେ ବରଗଡ଼ ଜିଲ୍ଲାରେ ‘ନଶା ମୁକ୍ତ ଭାରତ ଅଭିଯାନ’ କୁ ଅଧିକ ବ୍ୟାପକ ଓ ତ୍ୱରାନ୍ୱିତ କରାଯାଇଛି। ସମଗ୍ର ଓଡ଼ିଶାରେ ଚାଲିଥିବା ୧୦୦ ସପ୍ତାହର ସ୍ୱତନ୍ତ୍ର ଆଣ୍ଟି-ଡ୍ରଗ୍ସ ଅଭିଯାନ ଅଧୀନରେ ବରଗଡ଼ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେହିପରି ନିକଟରେ ବରଗଡ଼ରେ ଓଡ଼ିଶା ପୋଲିସର…

Read More
ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଚନ୍ଦ୍ରମଣି ଜେନା / ସାମ୍ବାଦିକ/ ସମୀକ୍ଷା ନ୍ୟୁଜ/ଉଦୟଗିରି: ଯାଜପୁର, ତାରିଖ ୧୫.୧୦.୨୦୨୬: ଯାଜପୁର ଜିଲ୍ଲାର ଗଣପର୍ବ ଭାବେ ପରିଚିତ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜାକୁ ଶାନ୍ତିଶୃଙ୍ଖଳା, ମୈତ୍ରୀ, ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିଶୃଙ୍ଖଳା, ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପୂଜା ପାଳନ ଉପରେ ଗୁରୁତ୍ୱ।…

Read More
ରଙ୍ଗବତୀ ଗୀତରେ ନାଚିଲେ ହିମାଚଳର ଛାତ୍ର ଛାତ୍ରୀ – ସମୀକ୍ଷା ଖବର

ରଙ୍ଗବତୀ ଗୀତରେ ନାଚିଲେ ହିମାଚଳର ଛାତ୍ର ଛାତ୍ରୀ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼,୧୬। ୧୦ବରଗଡ଼ସ୍ଥିତ ଇମ୍ପେରିଆଲ୍ କଲେଜ ପକ୍ଷରୁ ଯୁବା ସଙ୍ଗମ ୨୦୨୬ ଅନ୍ତର୍ଗତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନରେ ହିମାଚଳ ପ୍ରଦେଶର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଉଷ୍ମ ସ୍ୱାଗତ କରାଯାଇଥିଲା। ପାରମ୍ପରିକ କୀର୍ତ୍ତନ ଓ ଆକର୍ଷଣୀୟ ଘୁଡ଼କା ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇ ଓଡ଼ିଶାର ଲୋକକଳା ଓ ପରମ୍ପରାର ଝଲକ ପ୍ରଦାନ କରାଯାଇଥିଲା। ଅତିଥିମାନଙ୍କୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଖାଦ୍ୟ…

Read More
ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ – ସମୀକ୍ଷା ଖବର

ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ଝାରବନ୍ଧ, ୧୬ା୧୦ ସାମାଜିକ ସଂହତିର ସୁଦୃଢ଼ୀକରଣ ସହ ସାଂସ୍କୃତିକ ପରମ୍ପରାର ରକ୍ଷଣ ଓ ସାମୂହିକ ବିକାଶରେ ସହାୟକ ହେବ କଲ୍ୟାଣ ମଣ୍ଡପ। ଏହି ଲକ୍ଷ୍ୟ ନେଇ ଅଖିଳ ଭାରତୀୟ ଗୋଣ୍ଡ ସମାଜ, ଝାରବନ୍ଧର ତୁର୍ଲା ସର୍କଲ ପାଇଁ ନିର୍ମିତ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ଉତ୍ସବ ଗୁରୁବାର ଆୟୋଜିତ ହୋଇଥିଲା। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଏହାକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ପାଣ୍ଠିରୁ ୫…

Read More
କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି – ସମୀକ୍ଷା ଖବର

କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼:୧୬ା୧୦ ପୁଲିସର ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚାଲାଣର ଏକ ଘଟଣା ସାମ୍ନାକୁ ଆସିଛି। ସରେଇକେଳା ଜଙ୍ଗଲ ନିକଟରେ ଏକ କାରରୁ ୩୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ପୁଲିସକୁ ଦେଖି ଗାଡ଼ିରେ ଥିବା ଅଭିଯୁକ୍ତ ଫେରାର ହୋଇଯାଇ ଥିବା ଘଟଣା ସାମ୍ନା କୁ ଆସିଛି l ସୂଚନା ଅନୁଯାୟୀ, ଜଗଦଳପୁର ପୁଲିସ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିବା ସମୟରେ ସରେଇକେଳା ଜଙ୍ଗଲ ନିକଟରେ…

Read More
ବରଗଡ଼ରେ ପାୱାର ଅଫ୍ ଦିବ୍ୟାଙ୍ଗ ପକ୍ଷରୁ ୪ ଟି ବ୍ୟାଟେରୀ ଚାଳିତ ଟ୍ରାୟ ସାଇକେଲ ବଣ୍ଟନ – ସମୀକ୍ଷା ଖବର

ବରଗଡ଼ରେ ପାୱାର ଅଫ୍ ଦିବ୍ୟାଙ୍ଗ ପକ୍ଷରୁ ୪ ଟି ବ୍ୟାଟେରୀ ଚାଳିତ ଟ୍ରାୟ ସାଇକେଲ ବଣ୍ଟନ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼, ୧୬। ୧୦ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ପାୱାର ଅଫ୍ ଦିବ୍ୟାଙ୍ଗ, ବରଗଡ଼ ଜିଲ୍ଲା ପକ୍ଷରୁ ଏକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪ଟି ଟ୍ରାଇସାଇକେଲ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ମୁଖ୍ୟ ଅତିଥି ଏବଂଡି…

Read More
ନିଶାମୁକ୍ତ ଭାରତ ଅଭିଯାନରେ ବରଗଡ଼ରେ ପୁଲିସ ପକ୍ଷରୁ ବାଇକ୍‌ ରାଲି – ସମୀକ୍ଷା ଖବର

ନିଶାମୁକ୍ତ ଭାରତ ଅଭିଯାନରେ ବରଗଡ଼ରେ ପୁଲିସ ପକ୍ଷରୁ ବାଇକ୍‌ ରାଲି

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼, ୧୬। ୧୦ନିଶା ସେବନର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଶୁକ୍ରବାର ବରଗଡ଼ରେ ଓଡ଼ିଶା ପୁଲିସ ପକ୍ଷରୁ ‘ନିଶାମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏକ ବାଇକ୍‌ ରାଲି ଆୟୋଜିତ ହୋଇଥିଲା। ଅକ୍ଟୋବର ୩୧ ରେ ସର୍ଦ୍ଦାର ବଲ୍ଲଭଭାଇପଟେଲଙ୍କ ଜନ୍ମବାର୍ଷିକୀ ଏବଂ ଜାତୀୟ ଏକତା ଦିବସ ପାଳନ କରିବା ପାଇଁ ଜାତୀୟ…

Read More