ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୫ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୩୧ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୪୨ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୪୯ ମିନିଟ ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୫୬ ମିନିଟ ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୧ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ! ୧ ଘଣ୍ଟା ପୂର୍ବେRayagada Eviction drive: ଜବରଦଖଲକାରୀ ସାବଧାନ! ରାୟଗଡ଼ାରେ ଉଚ୍ଛେଦ ଅଭିଯାନ ଆରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Rairangpur: Oldest PCM School in Peril: ରାଇରଙ୍ଗପୁର: ବିପଦରେ ସର୍ବପୁରାତନ ପିସିଏମ ବିଦ୍ୟାଳୟ

Rairangpur: Oldest PCM School in Peril: ରାଇରଙ୍ଗପୁର: ବିପଦରେ ସର୍ବପୁରାତନ ପିସିଏମ ବିଦ୍ୟାଳୟ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ରାଇରଙ୍ଗପୁର, ୨୦/୧୧/୨୬ – ଐତିହାସିକ କିମ୍ବଦନ୍ତୀ ବହନ କରିଥିବା ତଥା ରାଇରଙ୍ଗପୁର ଉପଖଣ୍ଡର ସର୍ବପୁରାତନ ପ୍ରଥମ ବିଦ୍ୟାଳୟର ମାନ୍ୟତା ପାଇଥିବା ରାଇରଙ୍ଗପୁର ମ୍ୟୁନ୍ସିପାଲଟିର ମଧ୍ୟଭାଗରେ ଅବସ୍ଥିତ ପିସିଏମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦ ମଧ୍ୟରେ ଗତି କରୁଥିବା ଜଣାପଡ଼ିଛି । ତତ୍କାଳୀନ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ଜ୍ୟେଷ୍ଠ ଭ୍ରାତା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତିରେ ୧୯୩୮ମସିହାରେ ଉକ୍ତ ବିଦ୍ୟାଳୟଟି ପୂର୍ଣ୍ଣଚନ୍ଦ୍ର ମେମୋରିଆଲ (ପିସିଏମ )ବିଦ୍ୟାଳୟଟି ସ୍ଥାପିତ ହୋଇଥିବା ଜଣାଯାଏ । ଏହି ବିଦ୍ୟାଳୟରୁ ଶିକ୍ଷାଲାଭ କରି ବହୁ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଉଚ୍ଚପଦସ୍ଥ ଅଧିକାରୀ ହୋଇ ସେମାନଙ୍କ ଦାୟିତ୍ୱରେ ରହିଛନ୍ତି ବୋଲି ଅଞ୍ଚଳବାସୀଙ୍କ ଠାରୁ ଜଣାପଡ଼ିଛି । କାରଣ ଉତ୍ତମ ଶିକ୍ଷାଦାନ ନିମନ୍ତେ ମହାରାଜାଙ୍କ ଦୂରଦୃଷ୍ଟିର ଫଳ ସ୍ୱରୂପ ରାଇରଙ୍ଗପୁର ଉପଖଣ୍ଡର ସେବେଳର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସରକାରୀ କାର୍ଯ୍ୟାଳୟର ଅତି ନିକଟରେ ଉକ୍ତ ବିଦ୍ୟାଳୟର ସ୍ଥାପନା ହୋଇଥିଲା । ପୁଣି ଆଗକୁ ନଜର ଦେଇ ଉକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରକାରଙ୍କ ଦ୍ୱାରା ପରିବର୍ଦ୍ଧିତ କରାଯାଇ ବିଦ୍ୟାଳୟ ପରିସରରେ ଏକ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଏବଂ ଅନ୍ୟପଟରେ ବିଇଓଙ୍କ କନଫରେନ୍ସ ହଲ ନିର୍ମାଣ ହୋଇଛି ।

Rairangpur: Oldest PCM School in Peril: ରାଇରଙ୍ଗପୁର: ବିପଦରେ ସର୍ବପୁରାତନ ପିସିଏମ ବିଦ୍ୟାଳୟ – ସମୀକ୍ଷା

ମାତ୍ର ରାଇରଙ୍ଗପୁର ଉପଖଣ୍ଡକୁ ନେଇ ବେଶ ଚର୍ଚ୍ଚିତ ଉକ୍ତ ବିଦ୍ୟାଳୟଟି ଆଜି ତାର ପୂର୍ବ ଐତିହ୍ୟ ବଜାୟ ନରଖି ଅବହେଳିତ ଅବସ୍ଥାରେ ରହିବା ଅତ୍ୟନ୍ତ ଦୁଃଖଦ ବୋଲି ଅନେକ ପୁରାତନ ବିଦ୍ୟାର୍ଥୀ ଚର୍ଚ୍ଚା କରିଛନ୍ତି । ବିଦ୍ୟାଳୟକୁ ପ୍ରବେଶ କରିବା ଗେଟଟି ନାଆଁକୁ ମାତ୍ର ଦୃଶ ସଦୃଶ ଦୟନୀୟ ସ୍ଥିତିରେ ଦଣ୍ଡାୟମାନ ନେଇ ବିଦ୍ୟାଳୟର ମୁଖପତ୍ର ବା ସୂଚୀପତ୍ର ଭଳି ବିଦ୍ୟାଳୟର ପରିଚୟ ଦେଉଛି । ବିଦ୍ୟାଳୟ ପୁରୁଣା ପୃଷ୍ଠାରେ ଦାଗ ଲାଗିବା ନେଇ ପୃଷ୍ଠା ଗୁଡ଼ିକର ଯତ୍ନ ନେବାର ଆବଶ୍ୟକତା ନେଇ ମଧ୍ୟ ସମସ୍ତେ ନିଦାବିଷ୍ଣୁ । ପୁଣି ବିଦ୍ୟାଳୟର ଏହି ଦୟନୀୟ ଗେଟ ନିକଟରେ ବିପଦସଂକୁଳ ଅବସ୍ଥାରେ ଦଣ୍ଡାୟମାନ ଶ୍ରେଣୀଗୃହର ପରିତ୍ୟକ୍ତ ଅବସ୍ଥା ବିଦ୍ୟାଳୟର ଶ୍ରୀହୀନତାକୁ ବଖାଣିବା ପାଇଁ ଯଥେଷ୍ଟ । ତେବେ ବିଇଓଙ୍କ କନଫରେନ୍ସ ହଲ ପଛପଟେ ଥିବା ପାଚେରୀଟି ମଧ୍ୟ ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ବେଳେ ପୁନଃନିର୍ମାଣ କରିବା ନେଇ କାହା ନଜର ପଡୁନାହିଁ ଭଳି ଅନୁଭୂତ ହୁଏ । ଉକ୍ତ ପାଚେରୀକୁ ଲାଗି ବହୁପୁରୁଣା ଅବ୍ୟବହୃତ ପୋଖରୀଟି ମଧ୍ୟ ଦୂଷିତ ରହିଥିବା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ସମାଧାନ କରି ଏଭଳି ଶ୍ରୀହୀନ ପରିସ୍ଥିତିରେ ରହିଥିବା ସର୍ବପୁରାତନ ବିଦ୍ୟାଳୟର ଗାରିମା ଫେରେଇ ଆଣିବାକୁ ଅଞ୍ଚଳବାସୀଙ୍କ ଦାବି ରହିଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Vineet Bhardwaj visited the areas in Gopabandhu Nagar block: ଗୋପବନ୍ଧୁ ନଗର ବ୍ଲକରେ ୧୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର ଅଞ୍ଚକ ବୁଲିଲେ ବିନୀତ ଭରଦ୍ୱାଜ