ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୬ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୨୦ ମିନିଟ ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୨୫ ମିନିଟ ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୨୯ ମିନିଟ ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୫୨ ମିନିଟ ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୧ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୨ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୨ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

ବରଗଡ଼ ସହରର ପଡ଼ା ପଡ଼ାରେ ଧୂମଧାମରେ ପାଳିତ ହେଲା ଦୁର୍ଗାପୂଜା: ଭକ୍ତଙ୍କ ଭିଡ଼ ଓ ଆକର୍ଷଣୀୟ ତୋରଣ

ବରଗଡ଼ ସହରର ପଡ଼ା ପଡ଼ାରେ ଧୂମଧାମରେ ପାଳିତ ହେଲା ଦୁର୍ଗାପୂଜା: ଭକ୍ତଙ୍କ ଭିଡ଼ ଓ ଆକର୍ଷଣୀୟ ତୋରଣ – ସମୀକ୍ଷା ଖବର

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ:


ଚଳିତ ବର୍ଷ ବରଗଡ଼ ସହରର ପ୍ରତ୍ୟେକ ପଡ଼ା (ମଣ୍ଡପ) ରେ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ଓ ଜାକଜମକରେ ପାଳିତ ହୋଇଯାଇଛି। ସହରର ପୁରୁଣା ମଣ୍ଡପଠାରୁ ଆରମ୍ଭ କରି ନୂତନ ପୂଜା କମିଟିଗୁଡ଼ିକ ପକ୍ଷରୁ ସୁଦୃଶ୍ୟ ସାଜସଜ୍ଜା, ବିଦ୍ୟୁତ ଆଲୋକମାଳା ଏବଂ ଭିନ୍ନ ଭିନ୍ନ ଥିମ୍ ଆଧାରିତ ପେଣ୍ଡାଲ ସହରବାସୀଙ୍କୁ ବେଶ୍ ଆକର୍ଷିତ କରିଛି। ନାଏକପଡ଼ା (ଗୌରୀ ମଣ୍ଡପ) ଏଠାରେ ଚଳିତ ବର୍ଷ ୬୦ତମ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ଆଦିମାନବ ଏବଂ ପ୍ରାଚୀନ କାଳର ଇତିହାସକୁ ନେଇ କରାଯାଇଥିବା ସ୍ୱତନ୍ତ୍ର ଥିମ୍ ପେଣ୍ଡାଲ ଚଳିତ ବର୍ଷ ବରଗଡ଼ ସହରର ସବୁଠାରୁ ବଡ଼ ଆକର୍ଷଣ ସାଜିଥିଲା, ଯାହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ତାଲିପଡ଼ା (ରାମଜୀ ମନ୍ଦିର ମଣ୍ଡପ) ତାଲିପଡ଼ା ପୂଜା କମିଟି ପକ୍ଷରୁ ସହରର ଅନ୍ୟତମ ଅତି ସୁନ୍ଦର ଓ କଳାତ୍ମକ ମଣ୍ଡପ ନିର୍ମାଣ କରାଯାଇଥିଲା। ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହିତ ଆଖିଦୃଶିଆ ତୋରଣ ଦର୍ଶକଙ୍କ ମନ ମୋହିଥିଲା। ମାରୱାଡ଼ି ପଡ଼ା (ଭଜନପଡ଼ା ଅଞ୍ଚଳ) ଏହି ମଣ୍ଡପରେ ଶିବ ଓ ଅର୍ଧନାରୀଶ୍ଵର କନସେପ୍ଟ ଉପରେ ଏକ ଅତି ସୁନ୍ଦର ମୂର୍ତ୍ତି ଏବଂ ପ୍ରତିକୃତି ପ୍ରଦର୍ଶନ କରାଯାଇଥିଲା। କୋଲକାତା ଶୈଳୀର ସାଜସଜ୍ଜା ଏବଂ ସାତଭଉଣୀ ମା’ଙ୍କ ମହାଦ୍ୱାର ସହ ଏଲଇଡି ଲାଇଟ୍ ଶୋ’ର ଅପୂର୍ବ ନଜାରା ଦେଖିବାକୁ ମିଳିଥିଲା।ଶୋରାପଡ଼ା ଓ ସଂକଟପଡ଼ା ଏହି ପଡ଼ାଗୁଡ଼ିକରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିଦିନ ସନ୍ଧ୍ୟା ଆରତୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ। ବାରପାଲି (ଜଗନ୍ନାଥ ନଗର): ବରଗଡ଼ ଉପକଣ୍ଠ ବାରପାଲିର ଜଗନ୍ନାଥ ନଗର ପୂଜା କମିଟି ଚଳିତ ବର୍ଷ ତାର ୫୧ତମ ବର୍ଷ ପୂରଣ କରିଛି। ଏହାର ଶୃଙ୍ଖଳିତ ଏବଂ ପରିବେଶ ଅନୁକୂଳ ପୂଜା ପାଇଁ କମିଟିକୁ ବିଶେଷ ଭାବେ ସମ୍ମାନିତ ମଧ୍ୟ କରାଯାଇଛି। ପ୍ରତ୍ୟେକ ପଡ଼ାରେ ମହାଷ୍ଟମୀ ଓ ମହାନବମୀ ତିଥିରେ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ କମିଟିର ସ୍ୱେଚ୍ଛାସେବୀ ଓ ବରଗଡ଼ ପୋଲିସ ପକ୍ଷରୁ ସହରସାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ବରଗଡ଼ ସହରର ପଡ଼ା ପଡ଼ାରେ ଧୂମଧାମରେ ପାଳିତ ହେଲା ଦୁର୍ଗାପୂଜା: ଭକ୍ତଙ୍କ ଭିଡ଼ ଓ ଆକର୍ଷଣୀୟ ତୋରଣ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର : ମାଛଗାଁ ଦଶମୀ ପୂଜା ଉତ୍ସବ ମୁଖର