ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୫/୧୧/୨୬ – ସ୍ଥାନୀୟ ମହାରାଜା ପୁର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମସିଏ, ଏମବିଏ, ଏବଂ ବିସିଏ ବିଭାଗରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଇଣ୍ଡକସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଷୟ ସଂଯୋଯକ ଡ. ଅନାମ ଚରଣ ରାଉଳ କାର୍ଯ୍ୟକ୍ରମର ଆବଶ୍ୟକତା ବିଷୟରେ ଆଲୋଚନା କରି ପିଲାଙ୍କ ପାଇଁ ଉଦିଷ୍ଟ ଥିବା ବିଭିନ୍ନ ବିଭାଗ ଏବଂ ତାର ସୁବିଧା ସୁଯୋଗ ଉପରେ ପିଲାଙ୍କୁ ଅବଗତ କରାଇଥିଲେ । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ଼. ହିମାବିନ୍ଦୁ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପିଲାମାନଙ୍କୁ ଆର୍ଟିଫିସିଆଲ ଇନ୍ଟେଲିଜେନ୍ସର ବ୍ୟବହାର ଏବଂ ତାର ସଦୁପଯୋଗ ଉପରେ ଆଲୋଚନା କରିଥିଲେ । ଶୈକ୍ଷିକ ମୁଖ୍ୟ ଡ. ଆଲବେର୍ଟିନା ତିର୍କୀ ବୈଷୟିକ ଶିକ୍ଷାର ମହତ୍ଵ ବିଷୟରେ ଆଲୋଚନା କରିଥିଲେ । ଅତିଥି ଅଧ୍ୟାପିକ ଲଲିତ କୁମାର ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ବିଷୟ ପରିଚାଳକ ଡ. ପ୍ରକାଶ ଚନ୍ଦ୍ର ଦାସ ପିଲାମାନଙ୍କୁ ନିୟମିତ ଉପସ୍ଥାନର ଗୁରୁତ୍ଵ ଉପରେ କହିଥିଲେ । ବିଭାଗୀୟ ଅତିଥି ଅଧ୍ୟାପକ ଅଧ୍ୟାପିକା ମାନସୀ ପରିଡା, ଡ. ଗାୟତ୍ରୀ ଦେ, ଅଜିତ କୁମାର ଦାସ ପାଠ୍ୟକ୍ରମ ଏବଂ ପରୀକ୍ଷା ପ୍ରଣାଳୀ ଉପରେ ଆଲୋଚନା କରିଥିବା ବେଳେ ରାଜେଶ କୁମାର ରାୟ, ରୂପାଲି ଜେନା, ଅନୁଭବ ତ୍ରିପାଠୀ, ବ୍ରଜଗୋପାଳ ଦ୍ଵାରି, ଆଶିଷ କୁମାର ଧଳ, ପ୍ରଶାନ୍ତ ଧଳ ପ୍ରମୁଖ ବିଭାଗୀୟ ଅତିଥି ଅଧ୍ୟାପକ ଅଧ୍ୟାପିକା ଏବଂ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଅତିଥି ଅଧ୍ୟାପକ ଗୋବର୍ଦ୍ଧନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।






